Karma book banner.

କର୍ମର ଅର୍ଥ ହେଉଛି, ଆପଣ ନିଜେ ନିଜ ଜୀବନର ନିର୍ମାତା।
  

ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ, ଆପଣ ଶାରୀରିକ, ମାନସିକ, ଆବେଗିକ ଓ ଉର୍ଜାଗତ ଭାବେ ବିଭିନ୍ନ କାର୍ଯ୍ୟ କରିଥାନ୍ତି। ପ୍ରତ୍ୟେକ କାର୍ଯ୍ୟ ଏକ ନିର୍ଦ୍ଦିଷ୍ଟ ସ୍ମୃତି ସୃଷ୍ଟି କରେ। ତାହାହିଁ କର୍ମ।

ଭକ୍ତି କର୍ମକୁ ନଷ୍ଟ କରିଦିଏ ଓ ମୁକ୍ତି ଆଡକୁ ନେଇଯାଏ।

କର୍ମର ଅର୍ଥ ଉଭୟ କାର୍ଯ୍ୟ ଓ ସ୍ମୃତି। କାର୍ଯ୍ୟ ବିନା କୌଣସି ସ୍ମୃତି ନାହିଁ ଏବଂ ସ୍ମୃତି ବିନା କୌଣସି କାର୍ଯ୍ୟ ନାହିଁ।

ପୁରୁଣା କର୍ମର ଆସ୍ତରଣ ଆପଣଙ୍କ ସହିତ ଲାଗି ରହିବ, ଯଦି ଆପଣ କର୍ମଜନିତ ନୂଆ ଅଠାର ଆସ୍ତରଣ ଯୋଡି ଚାଲିବେ।

କର୍ମ ଆପଣଙ୍କ କାର୍ଯ୍ୟରେ ନଥାଏ – ଏହା ଆପଣଙ୍କ ଉଦ୍ଦେଶ୍ୟରେ ଥାଏ। କର୍ମ ଆପଣଙ୍କ ଜୀବନର ବିଷୟବସ୍ତୁ ଦ୍ୱାରା ନୁହେଁ ବରଂ ପ୍ରସଙ୍ଗ ଦ୍ୱାରା ନିର୍ମିତ ହୋଇଥାଏ ।

କର୍ମ କେତେକ ପ୍ରବୃତ୍ତି ଦ୍ୱାରା କାର୍ଯ୍ୟ କରେ। କିନ୍ତୁ କିଛି ସଚେତନତା ଓ ଧ୍ୟାନ ଦେବା ଦ୍ୱାରା, ଆପଣ ଏହାକୁ ଏକ ଭିନ୍ନ ଦିଗରେ ଠେଲି ଦେଇପାରିବେ।

ସମସ୍ତ ପ୍ରକାର କର୍ମ ଭିତରେ, ଗୁଣି ଗାରେଡି ବଳକୁ ଜଣଙ୍କର ନିଜସ୍ୱ ଲାଭ କିମ୍ବା ଅନ୍ୟକୁ କ୍ଷତି ପହଞ୍ଚାଇବା ପାଇଁ ବ୍ୟବହାର କରିବା ଦ୍ୱାରା, ନିଜକୁ ସବୁଠୁ ଖରାପ ପରିଣତି ମାନ ମିଳିଥାଏ।

କର୍ମ ହେଉଛି ପୁନରାବୃତ୍ତି ହେଉଥିବା ପୁରୁଣା ରେକର୍ଡ ଭଳି। ଯୋଗର ଅର୍ଥ ହେଉଛି ଜୀବନକୁ କେବଳ ଏକ ପୁନରାବୃତ୍ତି ନକରି ବରଂ ଏକ ଗଭୀର ସମ୍ଭାବନା ଓ ଅନୁଭବରେ ପରିଣତ କରିବା।

ସଚେତନ କାର୍ଯ୍ୟ କର୍ମ ସୃଷ୍ଟି କରେନାହିଁ - ପ୍ରତିକ୍ରିୟା କର୍ମ ସୃଷ୍ଟି କରିଥାଏ।

ଆପଣ ଯାହାବି ସାଂସାରିକ କାର୍ଯ୍ୟକଳାପ କରୁଛନ୍ତି – ଆପଣ ଯଦି ସେଥିରେ ସାମିଲ ହୋଇ ଆନନ୍ଦ ସହିତ କରନ୍ତି, ତେବେ ଆପଣ ଜଣେ କର୍ମଯୋଗୀ।

ଏଠାରେ କିଛି ଦୁର୍ଘଟଣା ବଶତଃ ନାହିଁ। ସମଗ୍ର ଭୌତିକ ଜଗତ କାରଣ ଓ ପରିଣାମ ଭିତରେ ସଙ୍ଗଠିତ ହେଉଛି।

କର୍ମର ଅର୍ଥ ହେଉଛି ଆପଣଙ୍କ ଜୀବନ ଆପଣଙ୍କ ଦ୍ଵାରା ନିର୍ମିତ। ସଞ୍ଚିତ କର୍ମ ଉର୍ଦ୍ଧ୍ୱକୁ ନେବ ଅଥବା ଏକ ବୋଝ ହୋଇରହିବ – ତାହା ଆପଣ ସ୍ଥିର କରନ୍ତି ।

ଆପଣ ଅତୀତରେ କିଭଳି କର୍ମ ଏକତ୍ର କରିଥିଲେ ସେଥିରେ କିଛି ଯାଏଆସେ ନାହିଁ, ଏଇ ମୁହୂର୍ତ୍ତର କର୍ମ ସର୍ବଦା ଆପଣଙ୍କ ହାତରେ ହିଁ ରହିଛି।

ଆପଣ ଯାହାବି କରୁଛନ୍ତି, ଖାଲି ପରଖି ନିଅନ୍ତୁ – ଏହା କେବଳ ଆପଣଙ୍କ ବାବଦରେ ନା ସମସ୍ତଙ୍କ ସୁଖ ସମୃଦ୍ଧି ବାବଦରେ। ଏହା ଭଲ କର୍ମ ଓ ଖରାପ କର୍ମ ବିଷୟରେ ସମସ୍ତ ଭ୍ରମ ଦୂର କରିଦିଏ।

ଯେତେବେଳେ ଆପଣଙ୍କ ବୋଧଶକ୍ତି ଉପରେ ସ୍ମୃତିର ହାଲୁକା ରଙ୍ଗ ଚଢ଼ିଥାଏ, ଏହାହିଁ କର୍ମ। ଆପଣଙ୍କ ସ୍ମୃତି ଆପଣଙ୍କ ପୂର୍ବାଗ୍ରହର ମୂଳ ଆଧାର ହୋଇଥାଏ।

କର୍ମ ଆପଣଙ୍କୁ ବଞ୍ଚାଇ ରଖିବା ସାଥେ ସାଥେ ଆପଣଙ୍କୁ ଦାସ କରି ରଖିଥାଏ। ଆଉ ଆପଣ ଯଦି ଏହାକୁ ଠିକ ଭାବରେ ପରିଚାଳନା କରନ୍ତି, ଏହା ଆପଣଙ୍କ ମୁକ୍ତି ମଧ୍ୟ ହୋଇପାରେ।

କର୍ମଯୋଗ ଅର୍ଥ ସେବା କରିବା ନୁହେଁ। ଏହାର ଅର୍ଥ ହେଉଛି କ୍ରିୟାର ବାଧ୍ୟବାଧକତାରୁ ଊର୍ଦ୍ଧ୍ୱକୁ ଉଠିଯିବା।

କର୍ମ ଅର୍ଥାତ ଚରମ ଦାୟିତ୍ୱ। ଏମିତିକି ଆପଣ ନିଜ ଜେନେଟିକ୍ସର ଦାୟିତ୍ୱ ମଧ୍ୟ ନେଇଥାନ୍ତି।

ଆପଣ ଯଦି ପ୍ରକୃତରେ ଧ୍ୟାନସ୍ଥ ହୁଅନ୍ତି, ଆପଣ କର୍ମରୁ ଉର୍ଦ୍ଧ୍ୱରେ ରହିବେ।

Karma book banner.