
iସଦ୍ଗୁରୁ– ଲିଙ୍ଗ ଶବ୍ଦ ର ଅର୍ଥ ହେଉଛି ଆକୃତି l ଆମେ ଏହାକୁ ଆକୃତି ବୋଲି କହୁଛୁ କାରଣ ,ଅପ୍ରକଟ କିଛି ଯେତେବେଳେ ପ୍ରକଟ ହେବାକୁ ଆରମ୍ଭ କଲା, କିମ୍ବା ଅନ୍ୟ ପ୍ରକାରେ କହିଲେ ସ୍ରୁଷ୍ଟି ଯେତେବେଳେ ଆରମ୍ଭ ହେଲା ଏହା ଯେଉଁ ଆକୃତି ସର୍ବପ୍ରଥମେ ନେଇ ଥିଲା ତାହା ଥିଲା ଏକ ଦୀର୍ଘ ବୃତ୍ତ । ଏକଦମ୍ ସଠିକ ଦୀର୍ଘ ବୃତ୍ତ ଟିଏ ଯାହାକୁ ଆମେ ଲିଙ୍ଗ ବୋଲି କହୁଛୁ l ସ୍ରୁଷ୍ଟି ସର୍ବଦା ହିଁ ଦୀର୍ଘ ବୃତ୍ତ ବା ଲିଙ୍ଗ ଆକୃତି ନେଇ ଆରମ୍ଭ ହୋଇଛି ଏବଂ ତାପରେ
ଅନ୍ୟନ୍ୟ ସବୁ ତିଆରି ହେଇଚି l ଏବଂ ଆମେ ନିଜ ଅନୁଭୂତି ରୁ ଜାଣିଛୁ ଯେ ଯଦି ଆପଣ ଏକ ଗଭୀର ଧ୍ୟାନାବସ୍ଥା କୁ ଯାଆନ୍ତି, ଠିକ୍ ପରମ ଲୟ ଅବସ୍ଥା ଆସିବା ପୂର୍ବରୁ, ଉର୍ଜା ଶକ୍ତି ଆଉଥରେ ଏକ ଦୀର୍ଘ ବୃତ୍ତ ବା ଲିଙ୍ଗର ଆକାର ନେଇଥାଏ l ତେଣୁ ପ୍ରଥମ ଆକୃତି ଟି ହେଉଛି ଲିଙ୍ଗ ଏବଂ ଶେଷ ଆକୃତି ଟି ମଧ୍ଯ ସେୟା l
ତୁମେ ହିଁ ପ୍ରଥମ ଜାତ
ପ୍ରଥମ ରୂପ ତୁମର ଶୂନ୍ୟତା ରୁ ଉଦ୍ଭାସିତ
ତୁମକୁ ଯେ ଜ୍ଞାନୀ ଜନେ ଦେଖିଛନ୍ତି
ଏ ଜୀବନ୍ତ ଜଗତ ର
ଗୁପ୍ତ ମୂଳ ତତ୍ତ୍ଵ ରୂପେ
ତୁମେ ହିଁ ମୂଳ ଆଧାର ଦୁଃଖ ,ଆନନ୍ଦ ର
ତୁମେ ହିଁ ଅଧମ ପୁଣି ତୁମେ ହିଁ ଉତ୍ତମ
ଉଃ! କି ଯେ ଖେଳ ତୁମର!
ଅସଂଖ୍ୟ ରୂପ ର ଉତ୍ସ
ପୁଣି ନୁହଁଇ କାହାର l
ଖୋଜିଲି ମୁଁ ସ୍ରୁଷ୍ଟି ମଧ୍ୟେ
ତୁମକୁ ପୁଣି ନିଜକୁ..
ହେ ଈଶାନ! ହେ ଜ୍ୱଳନ୍ତ ରୂପୀ!
ଧନ୍ୟ ଆଜି ଇଶା
ହୋଇ ତୁମରି ନିବାସ l
– Sadhguru
“ଉପଯୁକ୍ତ ପ୍ରଯୁକ୍ତି ବିଦ୍ୟା ସହିତ ଏକ ସରଳ ସ୍ଥାନ ଏପରିକି ଖଣ୍ଡେ ପଥର କୁ ମଧ୍ୟ ଦିବ୍ୟ ପ୍ରକାଶ ରେ ପରିଣତ କରାଯାଇ ପାରେ - ସଦ୍ଗୁରୁ ” – ସଦ୍ଗୁରୁ
ସଦ୍ଗୁରୁ: ଯଦି ଆପଣ ମୋତେ କୌଣସି ବି ଜିନିଷ ଦିଅନ୍ତି, ଉଦାହରଣ ସ୍ଵରୂପ ଖଣ୍ଡେ କାଗଜ ଦିଅନ୍ତି ତେବେ ମୁଁ ତାକୁ ଅତି ଶକ୍ତିଶାଳୀ ଉର୍ଜା ରେ ପୂର୍ଣ୍ଣ କରି ଆପଣଙ୍କୁ ଦେଇପାରିବି l ଆପଣ ଯଦି ପୂର୍ବରୁ କାଗଜ ଟିକୁ ଧରିଛନ୍ତି ଏବଂ ପରେ ଧରିବେ ଆପଣ ନିଶ୍ଚିତ ରୂପେ ପାର୍ଥକ୍ୟ ଟିକୁ ଅନୁଭବ କରିପାରିବେ କିନ୍ତୁ କାଗଜ ଖଣ୍ଡିକ ବେଶୀ ସମୟ ସେ ଉର୍ଜା ଶକ୍ତି କୁ ଧରି ରଖିପାରିବନି l କିନ୍ତୁ ଆପଣ ଯଦି ସମ୍ପୁର୍ଣ୍ଣ ରୁପେ ସଠିକ୍ ଏକ ଲିଙ୍ଗ ତିଆରି କରିପାରିଛନ୍ତି ତେବେ ତାହା ଶକ୍ତି ର ଏକ ଚିରସ୍ଥାୟୀ ଭଣ୍ଡାର ଭାବେ ପରିଣତ ହୋଇଯିବ l ଥରେ ଉର୍ଜା ପ୍ରବାହିତ ହେଲେ ଏହା ସବୁଦିନ ପାଇଁ ସେମିତି ରହିବ l
ପ୍ରତିଷ୍ଠା ର ଅର୍ଥ ପ୍ରାଣ ସଞ୍ଚାର l ସାଧାରଣତଃ. ମନ୍ତ୍ର, ରୀତି ନୀତି ବା ଅନ୍ୟ କୌଣସି ପ୍ରକ୍ରିୟା ବ୍ୟବହାର କରି ପ୍ରତିଷ୍ଠା କରାଯାଏ l ଯଦି ଆପଣ ଏକ ଆକୃତି ରେ ମନ୍ତ୍ର ଦ୍ଵାରା ପ୍ରାଣ ସଞ୍ଚାର କରିଛନ୍ତି ତେବେ ସେହି ଦେବତା ମୂର୍ତ୍ତୀ ଙ୍କୁ ଉର୍ଜା ଶୀଳ ରଖିବା ପାଇଁ ନିରନ୍ତର ସଂରକ୍ଷଣର ଆବଶ୍ୟକତା ପଡ଼ିଥାଏ l
ପ୍ରାଣପ୍ରତିଷ୍ଠା ସେପରି ନୂଁହେ l ଏକ ଆକୃତି, ମନ୍ତ୍ର ବା ରୀତି ନୀତି ଦ୍ଵାରା ନ ହୋଇ. , ଥରେ ଜୀବନ ଉର୍ଜା ଦ୍ଵାରା ପ୍ରତିଷ୍ଠିତ ହୋଇଗଲେ , ତାହା ଚିରକାଳ ପାଇଁ ବିନା ସଂରକ୍ଷଣ ରେ ସେଇମିତି ରହି ପାରିବେl ଏହିକାରଣରୁ ହିଁ ଧ୍ୟାନଲିଙ୍ଗ ଙ୍କର କୌଣସି ପୂଜାପାଠ ର ଆବଶ୍ୟକତା ନଥାଏ l ସେ ଏହି ସଂରକ୍ଷଣ ଦରକାର କରନ୍ତିନାହିଁl ଏହା ପ୍ରାଣପ୍ରତିଷ୍ଠା ଦ୍ଵାରା ପ୍ରତିଷ୍ଟିତ ହୋଇଛନ୍ତିl
ସେ ସବୁବେଳ ପାଇଁ ସେମିତି ହିଁ ରହିବେ l ଏପରିକି ଆପଣ ଯଦି ଲିଙ୍କ ଙ୍କର ପଥର ଅଂଶ କୁ ବି ହଟେଇ ଦିଅନ୍ତି ସେ ତଥାପି ସେମିତି ହିଁ ରହିବେ l ଯଦି ସମଗ୍ର ପୃଥିବୀ ର ବି ଅନ୍ତ ହୋଇଯାଏ ତେବେବି ସେ ସେମିତି ହିଁ ରହିବେ l
ସଦ୍ଗୁରୁ– ଲିଙ୍ଗ. ନିର୍ମାଣ କରିବାର ବିଜ୍ଞାନ ଟି ଏକ ବୃହତ୍ ଅନୁଭାବାତ୍ମକ ସମ୍ଭାବନା ଏବଂ ହଜାରେ ବର୍ଷ ହେବ ରହିଆସିଛି l କିନ୍ତୁ ବିଗତ ଆଠଶହ କି ନଅଶହ ବର୍ଷ ଧରି, ବିଶେଷ କରି ଯେବେଠାରୁ ଭକ୍ତି ଆନ୍ଦୋଳନ. ଦେଶ କୁ ପ୍ଳାବିତ କରି ରଖିଲା, ମନ୍ଦିର ନିର୍ମାଣ ର ବିଜ୍ଞାନ ଟି ଲୁଚିଗଲା ଏକ ଭକ୍ତ ନିମନ୍ତେ ତାର ଭାବ ଠାରୁ ବଡ଼ ଆଉ କିଛି ନାହିଁ l. ଭାବ. ହିଁ ତାର ମାର୍ଗ l ଭାବପ୍ରବଣତା ର ଶକ୍ତି ରେ ହିଁ ସେ ସବୁକିଛି କରେ l ତେଣୁ ସେମାନେ ବିଜ୍ଞାନ କୁ ଗୋଟେ ପାଖକୁ ଆଡ଼େଇ ଦେଲେ ଏବଂ ଯେମିତି ଚାହିଁଲେ ସେମିତି ମନ୍ଦିର ନିର୍ମାଣ କରିବାକୁ ଲାଗିଲେ l ଆପଣ ଜାଣନ୍ତି ତ ,ଏଟା ଗୋଟେ ପ୍ରେମ ସମ୍ବନ୍ଧ l ଭକ୍ତ ଟିଏ ଯାହା ମନକୁ ଆସେ ତା. କରି ପାରେ l. ତା ପାଇଁ ସବୁ ଚଳେ କାରଣ, ତା ପାଖରେ କେବଳ ଗୋଟିଏ କଥା ଥାଏ, ତା ହେଲା ତାiର ଭକ୍ତିର ଶକ୍ତି l
ତେଣୁ ଏଇଥିପାଇଁ ଲିଙ୍ଗ ପ୍ରତିଷ୍ଠା ର ବିଜ୍ଞାନ ହ୍ରାସ ପାଇବାକୁ ଲଗିଲା l ନହେଲେ ଏହା ତ ବଡ ଗଭୀର ଜ୍ଞାନ l ଏହା ବହୁତ ବ୍ୟକ୍ତିଗତ ବିଜ୍ଞାନ ଏବଂ କେବେବି କୋଉଠି ଲେଖା ହେଇନି କାରଣ ଯଦି ଏହାକୁ ଲେଖିଦେବ, ଲୋକେ ପୁରା ଭୁଲଭାଲ ବୁଝିବେ l ଅନେକ ଲିଙ୍ଗ ଏପରି ବିନା ବିଜ୍ଞାନ ରେ ନିର୍ମାଣ କରାଯାଇଛି l
ଯୋଗ ର ଅତି ମୌଳିକ ସାଧନା ଟି ହେଉଛି ଭୂତ ଶୁଦ୍ଧି l ପଞ୍ଚ ଭୂତ ହେଉଛି ପ୍ରକୃତିର ପଞ୍ଚ ତତ୍ତ୍ଵ l ଆପଣ ଯଦି ନିଜ ଆଡକୁ ଲକ୍ଷ୍ୟ କରନ୍ତି , ଆପଣଙ୍କ ଭୌତିକ ଶରୀର ଟି ପଞ୍ଚ ତତ୍ତ୍ଵ ରେ ଗଢା l ତା ହେଲା ପୃଥିବୀ, ଅଗ୍ନି, ବାୟୁ, ଜଳ ଓ ଆକାଶ l ସେସବୁ ଏକ ନିର୍ଦ୍ଦିଷ୍ଟ ଉପାୟରେ ଏକାଠି ହୋଇ ଶରୀର ଟିକୁ ଗଢି ଥାଆନ୍ତି l ଆଧ୍ୟାତ୍ମିକ ପ୍ରକ୍ରିୟା ହେଉଛି ଏହି ଶାରୀରିକ ଓ ପଞ୍ଚ ତତ୍ତ୍ଵ ର ଉର୍ଦ୍ଧ୍ୱ କୁ ଉଠିବା l ଆପଣ ଯାହା କିଛି ବି ଅଙ୍ଗେ ନିଭେଇ ଥାଆନ୍ତି ସେଥିରେ ଏହି ପଞ୍ଚ ତତ୍ତ୍ଵ ମାନଙ୍କର ଖୁବ୍ ବେଶୀ ନିୟନ୍ତ୍ରଣ ଥାଏ l ଏମାନଙ୍କୁ ଅତିକ୍ରମ କରିବାକୁ ଯୋଗ ଯେଉଁ ମୌଳିକ ଅଭ୍ୟାସ ଟିକୁ ସମ୍ମିଳିତ କରିଛି ତାହା ହେଉଛି ଭୂତ ଶୁଦ୍ଧି l ପ୍ରତ୍ୟେକ ତତ୍ତ୍ଵ ନିମନ୍ତେ ସେଥିରେ ଏମିତି କିଛି ପ୍ରକ୍ରିୟା ରହିଚି, ଯାହା ଆପଣ ଅଭ୍ୟାସ କରି ସେଥିରୁ ମୁକୁଳି ପାରିବେ l
ଦକ୍ଷିଣ ଭାରତରେ ଏପରି ପାଞ୍ଚଟି ମହତ୍ତ୍ୱପୂର୍ଣ୍ଣ ମନ୍ଦିର ନିର୍ମାଣ କରାଯାଇଥିଲା ଯେଉଁଠି ପ୍ରତିଟି ମନ୍ଦିର ରେ ଗୋଟିଏ ଗୋଟିଏ ଲିଙ୍ଗ , ପଞ୍ଚଭୂତ ର ପ୍ରତ୍ୟେକ ତତ୍ତ୍ଵ କୁ ପ୍ରତିନିଧିତ୍ଵ କରୁଥିଲେ l ଯଦି ଆପଣ ଜଳ ତତ୍ତ୍ଵ ର ସାଧନା କରିବାକୁ. ଚାହୁଛନ୍ତି ତେବେ iଥିରୁଭନାଇକାଭାଲ୍ କୁ ଯିବେ ,ଆକାଶ ତତ୍ତ୍ଵ ପାଇଁ ଆପଣ ଚିଦାମ୍ବରମ୍ କୁ ଯିବେ I ବାୟୁ ପାଇଁ କଳାହସଷ୍ଟି , ପୃଥିବୀ ନିମନ୍ତେ କାଞ୍ଚିପୁରମ ଏବଂ ଅଗ୍ନି ପାଇଁ ଥିରୁଭନ୍ନାମଲାଇ କୁ ଯିବେ l
ଏହି ମନ୍ଦିର ଗୁଡିକ ସାଧନା ସ୍ଥଳ ରୂପେ ସ୍ରୁଷ୍ଟି କରାଯାଇଥିଲା, ପୂଜା ପାଇଁ ନୂଁହେ l
ସଦଗୁରୁ: ଭାରତୀୟ ସଂସ୍କୃତି ଟି ଏ ପୃଥିବୀ ର ଅଳ୍ପ କେତେକ ସଂସ୍କୃତି ଭିତରୁ ଗୋଟିଏ ଯୋଉଠି, ହଜାର ହଜାର ବର୍ଷ ଧରି ,ସମଗ୍ର ଜନସମୂହ ମନୁଷ୍ଯ ର ପରମ କଲ୍ୟାଣ ନିମନ୍ତେ ହିଁ ଏକାଗ୍ର ଥିଲେ l ଯେଉଁ ମୁହୂର୍ତ୍ତରେ ଆପଣ ଭାରତ ରେ ଜନ୍ମ ଗ୍ରହଣ କରନ୍ତି, ଆପଣ ଙ୍କର ଜୀବନ ଥାଉ ଆପଣଙ୍କର ହୋଇ ରହେନାହିଁ, ନା ଆପଣଙ୍କ ସ୍ତ୍ରୀ, ଆପଣଙ୍କ ସ୍ଵାମୀ, ଆପଣଙ୍କର ପରିବାର ର ହେଇ ରହେ l ଆପଣଙ୍କ ଜୀବନ ର ଏକମାତ୍ର ଲକ୍ଷ୍ୟ ହୋଇଯାଏ କେବଳ ମୁକ୍ତି
ଏହି ପରିପ୍ରେକ୍ଷୀରେ ଅନେକ .ଶକ୍ତିଶାଳୀ ଯନ୍ତ୍ର ସବୁ ଏହି ସଂସ୍କୃତି ରେ ସ୍ରୁଷ୍ଟି କରାଯାଇଛି l ଏହି ଦିଗରେ, ଅତି ଶକ୍ତିଶାଳୀ ଯନ୍ତ୍ର ରୂପେ ଜ୍ୟୋତିର୍ଲିଙ୍ଗ ସବୁ ମଧ୍ଯ ସ୍ରୁଷ୍ଟି କରାଯାଇଛି l ଏହି ଆକୃତି ସବୁ ର ସଂସ୍ପର୍ଶରେ ଆସିବା ଏକ ଶକ୍ତିଶାଳୀ ଅନୁଭବ l
ଜ୍ୟୋତିର୍ଲିଙ୍ଗ ମାନଙ୍କର ଅତି ବିପୁଳ ଉର୍ଜା ରହିଚି କାରଣ ସେମାନେ.ଏକ ନିର୍ଦିଷ୍ଟ ଉପାୟ ରେ ସୃଷ୍ଟି ହୋଇ ପ୍ରାଣ ପ୍ରତିଷ୍ଠିତ ହୋଇଛନ୍ତି ,କେବଳ ମାନବୀୟ କ୍ଷମତା ବ୍ୟବହାର କରି ନୂଁହେ, ବରଂ ପ୍ରକୃତି ର ଶକ୍ତି ସହିତ l କେବଳ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ଅଛନ୍ତି ଏବଂ ସେମାନେ କେତେକ ଭୌଗଳିକ ଏବଂ ଖଗୋଳିକ ଦୃଷ୍ଟି ରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରେ ଅବସ୍ଥିତ l ଅସ୍ତିତ୍ୱ ର କିଛି ବିଶେଷ ଶକ୍ତି ର ପ୍ରଭାବ ରେ ଏହି ସ୍ଥାନ ଗୁଡିକ ଥାଏ l
ଅନେକ ଜ୍ୟୋତିର୍ଲିଙ୍ଗ ଏବେ ଜୀବିତ ନାହାନ୍ତି ସତ କିନ୍ତୁ ସେଥିମଧ୍ୟରୁ ଅନେକ ଏବେବି ଅତି ଶକ୍ତିଶାଳୀ ଯନ୍ତ୍ର l
ସଦ୍ଗୁରୁ: ଶି - ବ ଶବ୍ଦ ର ଅର୍ଥ ହେଉଛି — ଯାହା ନାହିଁ ବା ଶୂନ୍ୟତା ଏଠି ଥିବା ହାଇଫେନ୍ ଟି (–) ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ବିଶାଳ ଶୂନ୍ୟତା ର କୋଳରେ ହିଁ ସୃଷ୍ଟି ଜନ୍ମ ନେଇଥିଲା । ପରମାଣୁ ଓ ବ୍ରହ୍ମାଣ୍ଡର ୯୯% ରୁ ଅଧିକ ଅଂଶ ଅସଲରେ ଶୂନ୍ୟ — ଶୂନ୍ୟତା l କାଳ ଶବ୍ଦଟି, ସମୟ ଓ ଅବକାଶ — ଦୁହିଁ ଙ୍କ ପାଇଁ ବ୍ୟବହୃତ ହୁଏ। ଶିବଙ୍କ ଗୋଟିଏ ରୂପ ହେଉଛି କାଳ ଭୈରବ l ଭୈରବ ହେଉଛନ୍ତି ଅନ୍ଧକାରର ଏକ ସଜୀବ ଅବସ୍ଥାl l କିନ୍ତୁ ଯେତେବେଳେ ସେ ସମ୍ପୂର୍ଣ୍ଣ ନିର୍ବିକାର ,ସ୍ଥିର ହୁଅନ୍ତି, ସେ ମହାକାଳ ହୋଇଯାନ୍ତି — ସେ ହୋଇଯାଆନ୍ତି ସର୍ବୋଚ୍ଚ ସମୟ ଯନ୍ତ୍ର l
ଉଜ୍ଜୟିନ୍ର. ମହାକାଳ ମନ୍ଦିର ହେଉଛି ଏକ. ଅତ୍ୟନ୍ତ ପବିତ୍ର ଓ ପ୍ରାଣ ପ୍ରତିଷ୍ଠିତ ସ୍ଥଳ l ଏହି ଶକ୍ତିଶାଳୀ ପ୍ରତିରୂପ ଦୁର୍ବଳ ହୃଦୟ ଲୋକଙ୍କ ପାଇଁ ନୁହେଁ। ଏହା ଅଖଣ୍ଡ ଓ ପ୍ରଚଣ୍ଡ ଶକ୍ତିର ଅଭିବ୍ୟକ୍ତି, ଯାହା ସେହି ସମସ୍ତଙ୍କ ପାଇଁ ଉପଲବ୍ଧ ଯେଉଁମାନେ ଖୋଜୁଛନ୍ତି ପରମ ବିଲୟ — ଅର୍ଥାତ୍ ସମୟର ସମ୍ପୂର୍ଣ୍ଣ ଶେଷଷବସ୍ଥା , ଆମେ ସେହିପରି ହିଁ ତାକୁ ଜାଣିଛୁ l
ପୃଥିବୀ ର ଯେ କୌଣସି ସ୍ଥାନରେ ବି ହେଉ, ଆଧ୍ୟାତ୍ମିକ ପ୍ରକ୍ରିୟା ର ମାନେ ହେଉଛି, ଭୌତିକ ତା କୁ ଅତିକ୍ରମ କରିବା ,କାରଣ ଦେହ ସର୍ବଦା ଚକ୍ର ଗତ ନିୟମାନୁସାରେ ଚାଲେ l କାଳ ଭୈରବ ସେଥିପାଇଁ ମୂର୍ଖତା ର ବିକାଶକ ରୂପେ. ଗଣା. ଯାଆନ୍ତି l ଯେ କି ଅନିବାର୍ଯ୍ୟ ହୋଇଯାଇଥିବା ଜନ୍ମ ଓ ମୃତ୍ୟୁ ର ଚକ୍ର କୁ ,ବିନାଶ କରିଦିଅନ୍ତି l
ସଦ୍ଗୁରୁ: ଏଭଳି କୌଣସି ମୋକ୍ଷ ପ୍ରାପ୍ତ ଜ୍ଞାନୀ ନାହାନ୍ତି ଯେ କି ଶିବ ଙ୍କ ବିଷୟରେ କୁହନ୍ତି ନାଁହି l ଯେ, ସେ. ଏକ ସୀମାହୀନ ସତ୍ତା ବା. ଭୌତିକ ପ୍ରକୃତି ର ଉର୍ଦ୍ଧ୍ୱ ରେ l କେବଳ ଗୋଟିଏ ପାର୍ଥକ୍ୟ ହେଉଛି ସେମାନେ ଏକଥା ସେମାନଙ୍କ କଥିତ ଭାଷା ରେ ବା କିଛି ପ୍ରତୀକ ବ୍ୟବହାର କରି. କହିଛନ୍ତି l
ଯାହା ବି ହେଉ, ବିଗତ ପନ୍ଦର ଶହ ବର୍ଷ ଧରି ଅତୀତ ର ଅନେକ ଉନ୍ନତ ସଂସ୍କୃତି ,ଯେପର ମେସୋପୋଟାମିଆନ୍ ଏବଂ ମଧ୍ୟ ଏସିଆ ର ସଭ୍ୟତା ଓ ଉତ୍ତର ଆଫ୍ରିକୀୟ ସଭ୍ଯତା ସବୁ ଗାଏବ୍ ହେଇଯାଇଚି l ତେଣୁ ଏହା ଏତେ ନଜରକୁ ଅସୁନାହିଁ କିନ୍ତୁ ଆପଣ ଇତିହାସ କୁ ଲକ୍ଷ୍ୟ କଲେ ସବୁଠାରେ ଏହାକୁ ଦେଖିବାକୁ ପାଇବେ। ତେଣୁ କୌଣସି ପ୍ରକାରରେ ବି ଏହି ଅଧି ଭୌତିକ ବିଜ୍ଞାନ ପ୍ରତ୍ୟେକ ସଂସ୍କୃତି ରେ ରହିଅଛି l କିନ୍ତୁ ଏହି ଗଲା କେଇ ବର୍ଷ ହେଲା ପୃଥିବୀ ର ଅନ୍ୟ ପ୍ରାନ୍ତ ରେ ସେସବୁ ଲୋପ ପାଇଗଲାଣି l
ଯେଉଁ ଲିଙ୍ଗଗୁଡ଼ିକ ସ୍ୱୟଂ ଗଠିତ ହୁଏ, ସେଗୁଡ଼ିକୁ ସ୍ୱୟମ୍ଭୁ ଲିଙ୍ଗ ବା ନିଜେ ଉତ୍ପନ୍ନ ହୋଇଥିବା ଲିଙ୍ଗ ବୋଲି କୁହଯାଏl । ଜମ୍ମୁର ଉତ୍ତର ଅଞ୍ଚଳରେ ଥିବା ଅମରନାଥ ଗୁମ୍ଫା ରେ ପ୍ରତିବର୍ଷ ଏକ ବରଫର ଶିବଲିଙ୍ଗ ସ୍ୱାଭାବିକ ଭାବରେ ଗଠିତ ହୁଏ । ଏହି ଲିଙ୍ଗ, ଗୁହାର ଛାତ ଉପରୁ ଟପଟପ କରି ପଡ଼ୁଥିବା ପାଣିର ବିନ୍ଦୁଗୁଡ଼ିକ ଜମି ବରଫରେ ପରିଣତ ହେବା ଦ୍ୱାରା ଗଠିତ ହୁଏ । ଗୁହାର ଶୀର୍ଷଠାରୁ ନିର୍ମଳ ଜଳବିନ୍ଦୁଗୁଡ଼ିକ ଧୀରେ ଧୀରେ ଝରୁଥିବା ଏବଂ ପଡ଼ିବାବେଳେ ବରଫରେ ପରିଣତ ହେଉଥିବା ଦୃଶ୍ୟଟି ପ୍ରାୟ ମାୟାବୀ ଲାଗେ ।
କେତେକ ଲିଙ୍ଗ ପଥର , କାଠ ବା ମଣିରୁ ଖୋଦା ହୁଏ; ଆଉ କେତେକ ମାଟି, ବାଲି ବା ଧାତୁ କୁ ଢଳେଇ କରି ତିଆରି ହୁଏ । ଏହିପରି ଲିଙ୍ଗଗୁଡ଼ିକୁ ପ୍ରତିଷ୍ଠିତ ଲିଙ୍ଗ ବୋଲି କୁହାଯାଏ । ଅନେକ ଲିଙ୍ଗ ଉପରେ ଧାତୁର ମୁଣ୍ଡା ଢଳେଇ ହୋଇଥାଏ ଏବଂ ଏଥିରେ ମୁହଁ ଅଙ୍କିତ ହୋଇଥାଏ, ଯାହାଦ୍ୱାରା ଭକ୍ତମାନେ ସହଜରେ ସମ୍ପର୍କ ସ୍ଥାପନ କରିପାରନ୍ତି । ଏହି ପ୍ରକାର ଲିଙ୍ଗଗୁଡ଼ିକୁ ମୁଖ ଲିଙ୍ଗ ବୋଲି କୁହାଯାଏ । କେତେକ ଲିଙ୍ଗରେ ତ ଶିବଙ୍କ ସମ୍ପୂର୍ଣ୍ଣ ମୂର୍ତ୍ତିଟି ମଧ୍ୟ ଉପରି ପୃଷ୍ଠରେ ଖୋଦା ହୋଇଥାଏ ।
ଲିଙ୍ଗ ନାରୀ ଓ ପୁରୁଷ ତତ୍ତ୍ୱର ଏକତ୍ୱକୁ ପ୍ରତିନିଧିତ୍ୱ କରେ । ଲିଙ୍ଗର ନିମ୍ନ ଭାଗ, ଯାହା ନାରୀତତ୍ତ୍ୱକୁ ସୂଚାଏ, ତାହାକୁ ଗୌରୀ ପୀଠମ୍ ବା ଅବୁଡାୟିଆର୍ ବୋଲି କୁହାଯାଏ । ଲିଙ୍ଗ ଓ ତାହାର ଆଧାର ମିଶି ଶିବ ଓ ଶକ୍ତି ର ଏକତ୍ଵ ବା ପୁରୁଷ ଓ ନାରୀ ଶକ୍ତିର ସମ୍ମିଳନକୁ — ପ୍ରତୀକିତ କରେ ।
ଯୋଗ ଯେଉଁ ଶକ୍ତିସ୍ଥିତିଗୁଡ଼ିକୁ ସ୍ପର୍ଶ କରେ, ସେଗୁଡ଼ିକ ପଞ୍ଚଇନ୍ଦ୍ରିୟର. ବୋଧ ସୀମା ର ବାହାରେ। ତେଣୁ, ଏହି ଅନ୍ତର୍ନିହିତ ଅବସ୍ଥାଗୁଡ଼ିକୁ ଅନୁଭବ କରିବା ପାଇଁ ସାଧାରଣତଃ ଗୁରୁଙ୍କ ନିର୍ଦ୍ଦେଶନା ଆବଶ୍ୟକ ହୁଏ । ଅନେକ ସମ୍ପର୍କ ମାନସିକ, ଭାବନାତ୍ମକ ଓ ଶାରୀରିକ ବନ୍ଧନରେ ନିର୍ଭରଶୀଳ ଥାଏ, କିନ୍ତୁ ଗୁରୁ-ଶିଷ୍ୟ ସମ୍ପର୍କଟି ବିଶେଷ, କାରଣ ଏହା ଉର୍ଜାଶକ୍ତି ର ଆଧାରରେ ଗଠିତ।
ଆଧୁନିକ ବିଜ୍ଞାନ, ପଞ୍ଚଇନ୍ଦ୍ରିୟ ଉପରେ ତାହାର ସମ୍ପୂର୍ଣ୍ଣ ନିର୍ଭରଶୀଳତାର ହେତୁ, ଅନୁଭୂତି ଓ ବିବେକକୁ ଆଧାର କରି ଗବେଷଣା କିମ୍ବା ସନ୍ଧାନର ପ୍ରକ୍ରିୟାକୁ ଆପଣାଇଛି ଯାହା ମାନବ ର ଅନ୍ତର୍ନିହିତ ଶକ୍ତିର ସୀମିତ ଆୟାମରେ ଅଟକି ରହିଛି । ଆଧୁନିକ ଶିକ୍ଷା ବ୍ୟବସ୍ଥା ମଧ୍ୟ ଏହି ପ୍ରବୃତ୍ତିକୁ ଅନୁସରଣ କରି, ବ୍ୟକ୍ତିର ଅନ୍ତଃସ୍ଥ ଗ୍ରାହଣକ୍ଷମତାକୁ ଅବହେଳା ଓ ଅଣଦେଖା କରିଛି । ଏହି ପରିପ୍ରେକ୍ଷି ରେ, ଗୁରୁଙ୍କର କ୍ଷମତା ବା ତାଙ୍କର ଜ୍ଞାନ ଓ ଦୃଷ୍ଟି ଥିବା ସମ୍ଭାବନା ଟି ପ୍ରତି ଅନେକ ସନ୍ଦେହ ରହିଛି ।
ତଥାପି, ଇତିହାସ ସାକ୍ଷୀ ଯେ, ସନ୍ଧାନୀ ମନୁଷ୍ୟ ସଦା ଅନ୍ତର୍ନିହିତ ଭାବରେ ଗୁରୁଙ୍କ ପ୍ରତି ଆକୃଷ୍ଟ ହୋଇଆସିଛି । ଏହି ଆଧ୍ୟାତ୍ମିକ ନିର୍ଦ୍ଦେଶନା ପ୍ରାପ୍ତିର ଆକାଙ୍କ୍ଷାକୁ ପୂରଣ କରିବା ପାଇଁ, କେତେକ ଦୃଷ୍ଟିସମ୍ପନ୍ନ ଗୁରୁ ଏମିତି ଶକ୍ତିକେନ୍ଦ୍ର ସୃଷ୍ଟି କରିଥିଲେ, ଯେଉଁଥିରେ ଗୁରୁଙ୍କ ଉପସ୍ଥିତି ଓ ଶକ୍ତି ଅନୁଭବ କରିହେବ l।
ଧ୍ୟାନଲିଙ୍ଗ ହେଉଛି ଗୁରୁତତ୍ତ୍ୱର ପ୍ରମୁଖ ପ୍ରକାଶ । ଏହା ହେଉଛି ଯୋଗ ବିଜ୍ଞାନର ସାରତତ୍ତ୍ୱ, ମାନବ ର ଅନ୍ତର୍ଜାଗତିକ ଶକ୍ତିର ସର୍ବୋଚ୍ଚ ପ୍ରକାଶର ଏକ ଜୀବନ୍ତ ରୂପ ।
ଏକ କଥା ଅଛି ଯେ. ବ୍ରହ୍ମା ଓ ବିଷ୍ଣୁ ଦିନେ ଜ୍ୱାଳାମୟ ଅଗ୍ନିସ୍ତମ୍ଭ ସହ ସାକ୍ଷାତ୍ ହେଲେ । ସେହି ଅସୀମ ତେଜୋମୟ ସ୍ତମ୍ଭରୁ ଓଁ ନାଦ ଉତ୍ପନ୍ନ ହେଉଥିଲା । ଏହି ଅଦ୍ଭୁତ ଦୃଶ୍ୟ ଦେଖି ସେମାନେ ଚମତ୍କୃତ ହେଲେ ଏବଂ ତାହାର ମୂଳ ଓ ଶିରୋଭାଗ ଖୋଜିବାକୁ ସଙ୍କଳ୍ପ କଲେ ।
ବ୍ରହ୍ମା ହଂସ ରୂପ ଧାରଣ କରି ନିଳାକାଶ ଉପରକୁ ଉଡ଼ି ତାହାର ଶିଖର ଖୋଜିବାକୁ ଲାଗିଲେ, ଯେତେବେଳେ ବିଷ୍ଣୁ ବରାହ ରୂପ ଧାରଣ କରି ସମସ୍ତ ବ୍ରହ୍ମାଣ୍ଡ ଅତିକ୍ରମ କରି ତାହାର. ସର୍ବ ନିମ୍ନ ଭାଗ ଟିକୁ ଖୋଜିବା ପାଇଁ ଗଭୀର ରେ ପ୍ରବେଶ କଲେ ।
ଦୁହେଁ ବିଫଳ ହେଲେ । କାରଣ ସେହି ବ୍ରହ୍ମସ୍ତମ୍ଭ ଅନ୍ୟ କେହି ନୁହେଁ, ସ୍ୱୟଂ ଶିବ ଥିଲେ । ଯାହା ଅପରିମିତ, ତାହାକୁ ମାପିବା ସମ୍ଭବ କି?
ବିଷ୍ଣୁ ଫେରିଆସି ସ୍ୱୀକାର କଲେ ଯେ ସେ ତଳ ଖୋଜିପାରିଲେ ନାହିଁ । କିନ୍ତୁ ବ୍ରହ୍ମା, ନିଜ ପରାଜୟ ସ୍ୱୀକାର କରିବାକୁ ଇଚ୍ଛା କଲେ ନାହିଁ; ସେ ଗର୍ବର ସହ କହିଲେ ଯେ ସେ ଶିଖରକୁ ପହଞ୍ଚି ଆସିଛନ୍ତି । ପ୍ରମାଣ ସ୍ୱରୂପେ ସେ ଗୋଟିଏ ଧଳା କେତକୀ ଫୁଲ ଦେଖାଇଲେ, ଯାହାକି ସେ ଶିଖର ଉପରୁ ଆଣିଛନ୍ତି ବୋଲି ଦାବି କଲେ ।
ସେ ମିଥ୍ୟା କହିବାମାତ୍ରେ ଶିବ ତାଙ୍କର ଆଦିଯୋଗୀ ରୂପରେ ପ୍ରକାଶ ହେଲେ । ଦୁଇ ଦେବତା ତାଙ୍କ ପାଦପଦ୍ମରେ ପତିତ ହେଲେ । ଶିବ ଘୋଷଣା କଲେ ଯେ, ଏହି ମିଥ୍ୟାର ଦଣ୍ଡ ସ୍ଵରୂପ ବ୍ରହ୍ମା ଙ୍କୁ ପୂଜା ର ଅଧିକାର ମିଳିବ ନାହିଁ ଏବଂ ସେହି କେତକୀ ଫୁଲ ଯେହେତୁ ମିଥ୍ୟାର ସାକ୍ଷୀ ହୋଇଥିଲା, ତାହା ମଧ୍ୟ ଅପବିତ୍ର ହେଲା । ଆଦିଯୋଗୀ ଘୋଷଣା କଲେ ଯେ, ଏହି ଫୁଲ ତାଙ୍କ ପାଇଁ ଅର୍ପଣ ଯୋଗ୍ୟ ନୁହେଁ ।
ତଥାପି, ଅଲଗା ହୋଇ ଏକ ବିଶେଷ କଥା ରହିଗଲା — ପବିତ୍ର ମହା ଶିବରାତ୍ରି ରାତି ପାଇଁ । ଆଜି ପର୍ଯ୍ୟନ୍ତ ସେହି ଧଳା କେତକୀ ଫୁଲ କେବଳ ଏହି ଗଭୀର ଅନ୍ଧକାର ରାତିରେ ଶିବଙ୍କ ପାଇଁ ଅର୍ପିତ ହୁଏ, ଯାହାକି ସର୍ବାଧିକ ଆଧ୍ୟାତ୍ମିକ ସମ୍ଭାବନାର ରାତି ଭାବେ ପାଳନ କରାଯାଏ l
“ଧ୍ୟାନଲିଙ୍ଗର ପରିସରରେ କେବଳ କିଛି ମିନିଟ୍ ନିରବତାରେ ବସି ରହିଲେ ହିଁ ଯେଉଁ ମାନେ ଧ୍ୟାନ ସମ୍ପର୍କରେ ବିଲକୁଲ. ଅଜ୍ଞାତ, ସେମାନେ ମଧ୍ୟ ଗଭୀର ଧ୍ୟାନାବସ୍ଥାକୁ ଅନୁଭବ କରିପାରନ୍ତି।” – ସଦ୍ଗୁରୁ
ସଂସ୍କୃତ ରେ ମେଡିଟେସନ୍ ର ଅର୍ଥ ହେଉଛି ଧ୍ୟାନ ,ଏବଂ ଲିଙ୍ଗର ଅର୍ଥ ହେଉଛି ଆକୃତି ବା ରୂପ l ସଦ୍ଗୁରୁ , ଏକ ରହସ୍ୟମୟ ପ୍ରକ୍ରିୟା ,ପ୍ରାଣପ୍ରତିଷ୍ଠା ମାଧ୍ୟମରେ ନିଜର ପ୍ରାଣ ଉର୍ଜା କୁ ଉପଯୋଗ କରି ଏହି ଲିଙ୍ଗକୁ ସର୍ବୋଚ୍ଚ ଶକ୍ତିସ୍ଥିତିରେ ପ୍ରତିଷ୍ଠିତ କରିଥିଲେ ।
ଏହି ପ୍ରକ୍ରିୟାରେ ଶରୀରର ମୁଖ୍ୟ ଶକ୍ତିକେନ୍ଦ୍ର ,ସାତୋଟି ଚକ୍ର ଗୁଡିକୁ ସେମାନଙ୍କ ସର୍ବୋଚ୍ଚ ସ୍ତରରେ ସକ୍ରିୟ କରି ଏକତ୍ର ବାନ୍ଧି ଦିଆ ଯାଇଛି , ଯାହା ଧ୍ୟାନଲିଙ୍ଗକୁ ଏକ ସର୍ବୋଚ୍ଚ ବିକଶିତ ସତ୍ତା ର ଶକ୍ତି ଶରୀର ରୂପେ ପ୍ରତିଷ୍ଠିତ କରେ ।
ଧ୍ୟାନଲିଙ୍ଗ କୌଣସି ପୂଜା ବା ପ୍ରାର୍ଥନା ଚାହେଁ ନାହିଁ । ଏହି ଧ୍ୟାନ ମନ୍ଦିର ,ସମସ୍ତ ଧର୍ମକୁ ଏକ ସାଧାରଣ ଉତ୍ସର ଅଭିବ୍ୟକ୍ତି ଭାବେ ଗ୍ରହଣ କରେ ।
ତୁମେ ମୋର ଗୁରୁ ଙ୍କ
ଇଚ୍ଛା ର ପ୍ରକାଶ
ଥିଲ, ଏକମାତ୍ର ଲଗ୍ନ ଓ ଆଶ
ମୋର ସ୍ୱପ୍ନରେ ଓ ଜାଗରଣରେ,
ଥିଲା ଏକଇ ଆକାଙ୍କ୍ଷା ବାସ
ସେ ଯେ ତୁମର ପୂର୍ଣ୍ଣ ପ୍ରକାଶ l
କରିବାକୁ ମୁଁ ପ୍ରସ୍ତୁତ ଥିଲି କିଛି ବି
ହଁ କିଛି ବି
ଉଚିତ୍ ହେଉ କି ଅନୁଚିତ୍
ପ୍ରସ୍ତୁତ ଥିଲି ଅରପି ଦେବାକୁ ନିଜକୁ
ବା ଆବଶ୍ୟକ ହେଲେ
ଆଉ ଶତ ଜନ୍ମ ନେବାକୁ
ଆଜି ଯେବେ ତୁମେ ପ୍ରକାଶ ପାଇଛ
ହେ ଦିବ୍ୟ ଦୀପ୍ତିମୟ,
ତୁମର ଯଶ ଓ କୃପା
କମ୍ପିତ କରୁ
ଘୁମନ୍ତ ଭିଡ଼ କୁ ଜାଗ୍ରତ କରୁ
ଆଲୋକ ର ପରଶ ରେ l
ଏବେ
ତୁମେ ଉଦ୍ଭାସିତ ହେବା ପରେ
ମୋ ଶରୀରେ ଅଛି ଜୀବନର ଦାନ
କରିବି କଣ ମୁଁ ତାହାରେ ..
ବହୁଦିନ ଧରି କରିଛି ବାସ ମୁଁ ଶିଖରେ
ଏବେ ସମୟ ଆସିଛି
ଜୀବନ ର ଉପତ୍ୟକାରେ
ଚରି ବାକୁ ଧୀରେ ଧୀରେ l
– Sadhguru
ସଦ୍ଗୁରୁ– ଚକ୍ର ଗୁଡ଼ିକ ଶରୀର ର ଶକ୍ତି ପଥ ର ମିଳନ ବିନ୍ଦୁ l ଯେଉଁ ଠାରେ ପ୍ରାଣ ନାଡୀ ଗୁଡିକ ମିଶି ଗୋଟେ ଗୋଟେ ଶକ୍ତି ଘୂର୍ଣ୍ଣନ ବା ବଳୟ ସ୍ରୁଷ୍ଟି କରନ୍ତି l ଶହେ ଚଉଦଟି ଚକ୍ର ରହିଚି କିନ୍ତୁ ସାଧାରଣତଃ ଆମେ ଯେତେବେଳେ ଚକ୍ର ବୋଲି କହୁ ଆମେ ମୁଖ୍ୟତଃ ସାତଗୋଟି ପ୍ରଧାନ ଚକ୍ର ମାନଙ୍କୁ ବୁଝେଇ ଥାଉ l ଯେଉଁମାନେ ଜୀବନ ର ସାତୋଟି ଆୟାମ କୁ ବୁଝେଇ ଥାଏ l
ବର୍ତ୍ତମାନ ଭାରତ ବର୍ଷରେ ଥିବା ଲିଙ୍ଗ ଗୁଡିକ ଗୋଟିଏ କିମ୍ବା ଅତି ବେଶୀରେ ଦୁଇଟି ଚକ୍ର ର ପ୍ରତିନିଧିତ୍ଵ କରୁଛନ୍ତି l ଇଶା ଯୋଗ କେନ୍ଦ୍ର ରେ ଥିବା ଧ୍ୟାନ ଲିଙ୍ଗ ର ବିଶେଷତ୍ଵ ହେଉଛି. ଏହା
ସମସ୍ତ ସାତ ଟି ଯାକ ଚକ୍ର ର ସର୍ବାଧିକ ଶକ୍ତି ରେ ଉଦ୍ଦୀପ୍ତ ଓ ପ୍ରତିଷ୍ଠିତ l ଏହା ସର୍ବୋଚ୍ଚ ସମ୍ଭବ ଉଦ୍ଭାବନ ଅର୍ଥାତ୍ ଯଦି ଉର୍ଜା ଶକ୍ତି କୁ ଏକ ସର୍ବୋଚ୍ଚ ସ୍ତର ର ତୀବ୍ରତା କୁ ଉର୍ଦ୍ଧ୍ବରେତା
କରାଯାଏ ତାହା ଏକ ନିର୍ଦିଷ୍ଟ ସୀମା ପର୍ଯ୍ୟନ୍ତ ଏକ ଆକାର ଧାରଣ କରିପାରେ l ଏହା ପରେ ତାହା ନିରାକାର ହୋଇଯାଏ l ମନୁଷ୍ୟ ମାନେ ତାକୁ ଆଉ ଅନୁଭବ କରିପାରନ୍ତି ନାହିଁ l ଉର୍ଜା ଶକ୍ତି କୁ ସର୍ବୋଚ୍ଚ ସୀମା କୁ ଉର୍ଦ୍ଧ୍ୱ ରେତା କରି, ତାକୁ ସେ ପର୍ଯ୍ୟନ୍ତ ନେଇଯାଇ ଯେଉଁଠି ସେ ଆଉ ଆକାର ଧାରଣ କରିପାରିବ ନାହିଁ, ସେହି ବିନ୍ଦୁ ରେ ତାକୁ ଏକ ସ୍ଵରୂପ ରେ ଦୃଢ଼ କରିବା ଏହି ମର୍ମରେ ଧ୍ୟାନ ଲିଙ୍ଗ ପ୍ରତିଷ୍ଠିତ ହୋଇଛନ୍ତି l
