ॐ ନମଃ ଶିବାୟ ଶିବାୟ ନମଃ ॐ
ॐ ନମଃ ଶିବାୟ ଶିବାୟ ନମଃ ॐ
ନାଗେନ୍ଦ୍ରହାରାୟ ତ୍ରିଲୋଚନାୟ
ଭସ୍ମାଙ୍ଗରାଗାୟ ମହେଶ୍ଵରାୟ
ନିତ୍ୟାୟ ସୁଦ୍ଧାୟ ଦିଗମ୍ବରାୟ
ତସ୍ମୈ “ମ” କାରାୟ ନମଃ ଶିବାୟ
ମନ୍ଦାକିନୀ ସଲିଲ ଚନ୍ଦନ ଚର୍ଚିତାୟ
ନନ୍ଦୀଶ୍ଵର ପ୍ରମଥନାଥ ମହେଶ୍ଵରାୟ
ମନ୍ଦାର ପୁଷ୍ପ ବହୁପୁଷ୍ପ ସୁପୂଜିତାୟ
ତସ୍ମୈ “ମ” କାରାୟ ନମଃ ଶିବାୟ
ଶିବାୟ ଗୌରୀ ବଦନାବ୍ଜ ବୃନ୍ଦ
ସୂର୍ଯ୍ୟାୟ ଦକ୍ଷାଧ୍ଵର ନାଶକାୟ
ଶ୍ରୀ ନୀଳକଣ୍ଠାୟ ବୃଷଧ୍ଵଜାୟ
ତସ୍ମୈ “ଶି” କାରାୟ ନମଃ ଶିବାୟ
ବଶିଷ୍ଠ କୁମ୍ଭୋଦ୍ଭବ ଗୌତମାର୍ୟ
ମୁନିନ୍ଦ୍ର ଦେବାର୍ଚ୍ଚିତ ଶେଖରାୟ
ଚନ୍ଦ୍ରାର୍କ ବୈଶ୍ଵାନର ଲୋଚନାୟ
ତସ୍ମୈ “ବ” କାରାୟ ନମଃ ଶିବାୟ
ୟଜ୍ଞ ସ୍ୱରୂପାୟ ଜଟାଧରାୟ
ପିନାକ ହସ୍ତାୟ ସନାତନାୟ
ଦିବ୍ୟାୟ ଦେବାୟ ଦିଗମ୍ବରାୟ
ତସ୍ମୈ “ୟ” କାରାୟ ନମଃ ଶିବାୟ
ପଞ୍ଚାକ୍ଷରମିଦଂ ପୁଣ୍ୟଂ ୟଃ ପଠେଚ୍ଛିବ ସନ୍ନିଧୌ
ଶିବଲୋକ ମାବାପ୍ନୋତି ଶିବେନ ସହ ମୋଦତେ
ଯେ ତ୍ରିନେତ୍ର ଧାରୀ ଓ ଯାହାଙ୍କ ଗଳାରେ ଶୋଭା ପାଉଛନ୍ତି ସର୍ପ ମାନଙ୍କର ରାଜା,
ଯାହାଙ୍କ ଶରୀର ପବିତ୍ର ଭସ୍ମାବିଭୁତ ଏବଂ ଯିଏକି ମହାନ ପ୍ରଭୁ ଅଟନ୍ତି,
ସେ ଯିଏ ଶାଶ୍ୱତ ଅଟନ୍ତି, ଯିଏ ସମ୍ପୂର୍ଣ୍ଣ ପବିତ୍ର ଅଟନ୍ତି ଏବଂ ଚତୁର୍ଦିଗକୁ ନିଜ ବସ୍ତ୍ର ରୂପେ ଧାରଣ କରିଥାନ୍ତି,
ସେହି ଶିବଙ୍କୁ ପ୍ରଣାମ, ଯାହାଙ୍କୁ ଶବ୍ଦାଂଶ “ନ” ଦ୍ୱାରା ଦର୍ଶାଯାଇଛି ।
ଯେ ମନ୍ଦାକିନୀର ପବିତ୍ର ଜଳରେ ଓ ଚନ୍ଦନ ଲେପିତ ହୋଇ ପୂଜା ପାଆନ୍ତି,
ଯିଏକି ନନ୍ଦୀ ଏବଂ ଭୁତ ପିଶାଚଙ୍କ ସ୍ୱାମୀ, ମହାନ ଭଗବାନ,
ଯେ ମନ୍ଦାର ସମେତ ଅନେକ ପୁଷ୍ପ ଦ୍ୱାରା ପୁଜିତ ହୁଅନ୍ତି,
ସେ ଶିବଙ୍କୁ ପ୍ରଣାମ, ଯାହାଙ୍କୁ ଶବ୍ଦାଂଶ “ମ” ଦ୍ୱାରା ଦର୍ଶାଯାଇଛି ।
ସେ ଯେ ଶୁଭଙ୍କର ଏବଂ ନବୋଦୟ ସୁର୍ଯ୍ୟଙ୍କ ପରି ଯାହାଙ୍କ ତେଜ ଗୌରୀଙ୍କର ପଦ୍ମସମ୍ଭବା ମୁଖକୁ ପ୍ରସ୍ଫୁଟିତ କରିଦିଏ ,
ସେ ଯିଏକି ଦକ୍ଷଙ୍କ ଯଜ୍ଞର ସଂହାରକ,
ଯେ ନୀଳକଣ୍ଠ ଏବଂ ବୃଷଭ ଯାହାଙ୍କର ପ୍ରତୀକ,
ସେ ଶିବଙ୍କୁ ନମସ୍କାର, ଯାହାଙ୍କୁ ଶବ୍ଦାଂଶ “ଶି” ଦ୍ୱାରା ଦର୍ଶାଯାଇଛି ।
ଯେ ବଶିଷ୍ଠ, ଅଗସ୍ତ୍ୟ ଏବଂ ଗୌତମଙ୍କ ପରି ଶ୍ରେଷ୍ଠ ଓ ସବୁଠାରୁ ସମ୍ମାନିତ ସନ୍ଥ ତଥା ଦେବତା ମାନଙ୍କ ଦ୍ୱାରା ବି ପୂଜିତ ଏବଂ ସମଗ୍ର ବିଶ୍ଵର ମୁକୁଟ,
ସୁର୍ଯ୍ୟ, ଚନ୍ଦ୍ର ଓ ଅଗ୍ନି ଯାହାଙ୍କର ତ୍ରିନେତ୍ର ରୂପେ ବିରାଜିତ,
ସେ ଶିବଙ୍କୁ ପ୍ରଣାମ, ଯାହାଙ୍କୁ ଶବ୍ଦାଂଶ “ବ” ଦ୍ୱାରା ଦର୍ଶାଯାଇଛି ।
ଯେ ଯଜ୍ଞାବତାର ଓ ଜଟାଧାରୀ,
ଯେ ତ୍ରିଶୁଳ ଧାରୀ ଓ ଶାଶ୍ୱତ,
ଯେ ଦିବ୍ୟତ୍ୱର ପରିପ୍ରକାଶ ଏବଂ ଯେ ଚତୁର୍ଦ୍ଦିଗକୁ ନିଜ ବସ୍ତ୍ର ରୂପେ ଧାରଣ କରିଛନ୍ତି,
ସେ ଶିବଙ୍କୁ ପ୍ରଣାମ, ଯାହାଙ୍କୁ ଶବ୍ଦାଂଶ “ୟ” ଦ୍ୱାରା ଦର୍ଶାଯାଇଛି
ଯିଏ ଶିବଙ୍କ ନିକଟରେ ଏହି ପଞ୍ଚାକ୍ଷର ପାଠ କରନ୍ତି,
ସେ ଶିବତ୍ୱ ପ୍ରାପ୍ତ ହୋଇ ପରମାନନ୍ଦ ଲାଭ କରିବେ ।
The Shiva Panchakshara Stotram is part of Sounds of Isha’s Trigun album. Download Trigun.
Follow Sounds of Isha on Youtube for more great music.