ନ୍ୟୁୟର୍କ ଟାଇମ୍ସ ବେଷ୍ଟ ସେଲର, ଇନର୍ ଇଞ୍ଜିନିୟରିଙ୍ଗ୍ - ଆନନ୍ଦମୟ ଜୀବନର ସୂତ୍ର, ଏବେ ଓଡ଼ିଆ ଭାଷାରେ ମଧ୍ୟ ଉପଲବ୍ଧ ।
ଇନର୍ ଇଞ୍ଜିନିୟରିଙ୍ଗ୍: ଆନନ୍ଦମୟ ଜୀବନର ସୂତ୍ର, ଆତ୍ମ-ସଶକ୍ତିକରଣ ନିମନ୍ତେ ଏପରି ମାର୍ଗଦର୍ଶିକାଟିଏ ଯାହାକି ପାରମ୍ପରିକ
ଯୋଗଶାସ୍ତ୍ରର ଶିକ୍ଷା ଓ ସିଦ୍ଧାନ୍ତ ଉପରେ ଆଧାରିତ ଏବଂ ଏହା ପାଠକଙ୍କୁ ଅନ୍ତର ସ୍ଥିରତା ଓ ଶାନ୍ତି ପ୍ରାପ୍ତି ପାଇଁ ଏକ ସ୍ଥାୟୀ
ଆଧାର ପ୍ରସ୍ତୁତ କରିବାରେ ସହାୟତା କରିଥାଏ ।
ପ୍ରଥମ ଥର ପାଇଁ, ସଦ୍ଗୁରୁ ପାଠକମାନଙ୍କ ଲାଗି ପାରମ୍ପରିକ ଯୋଗ ବିଜ୍ଞାନ ସହାୟତାରେ ପୂର୍ଣ୍ଣ ସୁଖସମୃଦ୍ଧିର ପଥ, ଏକ ବ୍ୟବହାରିକ
ସହଜସାଧ୍ୟ ପୁସ୍ତକ ମାଧ୍ୟମରେ ଉନ୍ମୋଚନ କରିଛନ୍ତି ।
ଆପଣ ଯେମିତି ଇଚ୍ଛା କରନ୍ତି, ଠିକ ସେହିଭଳି ଅନ୍ତରସ୍ଥ ସ୍ଥିତି ସୃଷ୍ଟି କରିବା ପାଇଁ ଏହା ଏକ ସାଧନ, ଯାହା ଆପଣଙ୍କୁ ନିଜ ଆନନ୍ଦ
ପ୍ରାପ୍ତିର ବିନ୍ଧାଣି କରି ଗଢିତୋଳେ ।
ଏହି ରୂପାନ୍ତରଣକାରୀ ପୁସ୍ତକରେ, ପ୍ରକୃତିକୁ ଭଲ ପାଉଥିବା ଏକ ଛୋଟ ବାଳକ ଠାରୁ ମୋଟର ସାଇକେଲରେ ସମଗ୍ର ଭାରତୀୟ
ଉପମହାଦ୍ୱୀପ ବୁଲିଆସିଥିବା ଜଣେ ଅତି ସାହାସୀ ଯୁବକ ଯାଏଁ, ତାଙ୍କ ଆତ୍ମଜାଗୃତିର ଜୀବନ ଯାତ୍ରା ସମ୍ବନ୍ଧରେ ସଦ୍ଗୁରୁ ଏଠାରେ
ବର୍ଣ୍ଣନା କରିଛନ୍ତି ।
ଏକ ଦକ୍ଷିଣ ଭାରତର ପର୍ବତ ଶିଖରରେ ତାଙ୍କର ଆତ୍ମଜ୍ଞାନ ପ୍ରାପ୍ତିର ସେହିମୁହୂର୍ତ୍ତ ଯାହା ପରେ ତାଙ୍କର ଆମୂଳ ପରିବର୍ତ୍ତନ
ହୋଇଯାଇଥିଲା ତା ବିଷୟରେ ସେ ଏଥିରେ ଉଲ୍ଲେଖ କରିଛନ୍ତି । ଆଜି, ଈଶା ଫାଉଣ୍ଡେସନର ପ୍ରତିଷ୍ଠାତା ଭାବେ, ସେ ଲକ୍ଷ ଲକ୍ଷ
ଲୋକଙ୍କ ଜୀବନର ପଥକୁ ଆଲୋକିତ କରୁଛନ୍ତି ।
ଏହି ବୋଧଗମ୍ୟ, ଗଭୀର ଜ୍ଞାନ ବର୍ଦ୍ଧକ ଏବଂ ପାଠକଙ୍କୁ ବାନ୍ଧି ରଖିପାରୁଥିବା ଆକର୍ଷଣୀୟ ପୁସ୍ତକଟିର ଅମିଶ୍ରିତ ବିଶୁଦ୍ଧ ପ୍ରଜ୍ଞା
ପାଠକମାନଙ୍କୁ ଆନନ୍ଦମୟ ଜୀବନ ପ୍ରାପ୍ତିର ଏକ ସୁବର୍ଣ୍ଣ ସୁଯୋଗ ଉପଲବ୍ଧ କରାଇଥାଏ ।
ପ୍ରାୟ ତିନି ଲକ୍ଷରୁ ଉର୍ଦ୍ଧ୍ବ ବହି ବିକ୍ରି ହୋଇସାରିଛି ।