ରୁଦ୍ର ଅର୍ଥାତ ଶିବ, ଅକ୍ଷ ଅର୍ଥାତ ଅଶ୍ରୁ ବୁନ୍ଦା ରୁଦ୍ରାକ୍ଷ ଗୁଡ଼ିକ ହେଉଛି ଶିବଙ୍କର ଅଶ୍ରୁ ବୁନ୍ଦା । ଗାଥାଟି ଏହିପରି, ଥରେ ଶିବ ଖୁବ ଦୀର୍ଘ ଅବଧି ପାଇଁ ଧ୍ୟାନରେ ବସିଲେ । ତାଙ୍କ ପରମାନନ୍ଦ ଏପରି ଥିଲା, ଯାହା ତାଙ୍କୁ ସମ୍ପୂର୍ଣ୍ଣ ସ୍ଥିର, ନିଃଶ୍ଚଳ କରିଦେଲା । ସେ ଆପାତତଃ ନିଃଶ୍ୱାସ ପ୍ରଶ୍ୱାସ ମଧ୍ୟ ନେଉନଥିଲେ, ଆଉ ସମସ୍ତେ ଭାବିଲେ ସେ ହୁଏତ ମୃତ । ତାଙ୍କଠାରେ ଜୀବନର ଏକମାତ୍ର ସଙ୍କେତ ଥିଲା - ପରମାନନ୍ଦର ଅଶ୍ରୁ ଟୋପା ଯାହା ତାଙ୍କ ଆଖିରୁ ଝରୁଥିଲା । ଏହି ଅଶ୍ରୁ ଟୋପା ପୃଥିବୀ ପୃଷ୍ଠରେ ପଡିଲା ଏବଂ ରୁଦ୍ରାକ୍ଷ, “ଶିବଙ୍କ ଅଶ୍ରୁ”ରେ ପରିଣତ ହେଲା ।